ଭିଜିଲାନ୍ସ ଜାଲରେ ପୁରୀ ଏସଡିଭିଓଙ୍କ କାର୍ଯ୍ୟାଳୟର କିରାଣୀ ମନୋଜ ମହାନ୍ତି । ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କ ପୈତୃକ ଘରେ ଭିଜିଲାନ୍ସ ରେଡ୍ । ଏକ ଚାରି ଜଣିଆ ଭିଜିଲାନ୍ସ ଟିମ ତାଙ୍କ ପୈତୃକ ଘର ମହାଙ୍ଗା କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁରରେ ଚଢ଼ାଉ କରିଛନ୍ତି । ତାଙ୍କ ପୁରୀ ଅଫିସରେ ମଧ୍ୟ ଚଢ଼ଉ ହୋଇଛି । ତେବେ ମନୋଜଙ୍କ ପୈତୃକ ଘରୁ କିଛି ମିଳିନଥିବା ସୂଚନା ମିଳିଛି । ମନୋଜ ମହାନ୍ତି ପୁରୀ ଜିଲ୍ଲା ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ଏସଡିଭିଓଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରନ୍ତି । ସେ ଇଲେକ୍ଟ୍ରି ଭେଇକିଲରେ ସବସିଡି ଲୋନ ବାବଦକୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।