ସଂଚାର ବ୍ୟୁରୋ: ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ବଡ଼ଦାଣ୍ଡର ଉଠା ଦୋକାନୀ। ଦୀର୍ଘ ୭୩ ଦିନର ଧାରଣା ପରେ ସେମାନେ ବାଧ୍ଯ ହୋଇ ଏହି ପଦକ୍ଷେପ ନେବା ସହିତ ରାସ୍ତାରୋକ କରିଛନ୍ତି। ଥଇଥାନ କରିବାର ପ୍ରତିଶୃତି ଦେଇ ଏମାନଙ୍କୁ ଉଚ୍ଛେଦ କରାଯାଇଥିଲା। ଶ୍ରୀସେତୁ ନିକଟରେ ଭିତ୍ତିଭୂମି କରାଯାଇ ସେଠାରେ ଥଇଥାନ କରିବାକୁ ପ୍ରତିଶୃତ ଦିଆଯାଇଥିଲା। ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି କାର୍ଯ୍ୟ ହେଲାନାହିଁ ଓ ଆର୍ଥକ ସହାୟତା ମଧ୍ୟ ଦେଲେନାହିଁ । ପ୍ରତିବାଦରେ ସମସ୍ତ ଦୋକାନୀ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ସମସ୍ଯାର ସମାଧାନ କରିବା ପରିବର୍ତ୍ତେ ଦୋକାନୀଙ୍କ ଏକତାକୁ ଭଙ୍ଗ କରାଯାଉଛି।