ସଂଚାର ବ୍ୟୁରୋ: ଶ୍ରୀକ୍ଷେତ୍ରରୁ ଆସିଲା ଅଭାବନୀୟ ଖବର । ସମୁଦ୍ରରେ ଗାଧୋଉଥିବାବେଳେ ଯୁବକ ନିଖୋଜ । ଏନେଇ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ଏବଂ ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରେ ବହୁ ଖୋଜାଖୋଜି କରିଛନ୍ତି । ମାତ୍ର ଶେଷ ଖବର ସୁଦ୍ଧା ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ।
ନିଖୋଜ ହୋଇଥିବା ଯୁବକ ଜଣକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଆୟୁଷ ମହାପାତ୍ର। ଆଜି ସକାଳେ ଆୟୁଷ ତାଙ୍କ ସାଙ୍ଗ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ଏକ ବଡ଼ ଲହଡ଼ି ଆସିବା ଯୋଗୁ ଗଭୀର ସମୁଦ୍ର ଭିତରକୁ ଆୟୁଷ ଚାଲି ଯାଇଥିଲେ। ସେଠାରେ ତାଙ୍କ ସାଙ୍ଗମାନେ ଚିତ୍କାର କରିବା ସହ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ସମୁଦ୍ର ଭିତରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆୟୁଷଙ୍କର କୌଣସି ପତ୍ତା ମିଳିନାହିଁ।

