ସଂଚାର ବ୍ୟୁରୋ: ନାବାଳିକା ଅପହରଣ ଉଦ୍ୟମ ପଣ୍ଡ। ଢେଙ୍କାନାଳରେ ସ୍କୁଲ ଯିବାବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ଜଣେ ନାବାଳିକା ସକାଳେ ସ୍କୁଲ ଯିବାବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଏକ କାର ଯୋଗେ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଝିଅଟି ପାଟି କରିବାରୁ ସାହି ଲୋକ ଦୌଡି ଆସି ଉଦ୍ଧାର କରିଥିଲେ।ତେବେ ଅପହରଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେl ବାଜି ଚୌକ ବାଟମଙ୍ଗଳା ମନ୍ଦିର ନିକଟରେ ଏହି ଘଟଣା ଘଟିଥିଲା। ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅପହରଣକାରୀଙ୍କୁ ଗିରଫ କରିବା ସହ ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବସିଥିଲେ ସାହିବାସିନ୍ଦା। ଦିବାଲୋକରେ ସହର ଭିତରେ ଏପରି ଘଟଣା ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି ବୋଲି ଅଭିଯୋଗ କରିଛନ୍ତି। ଅପରାଧୀମାନେ ଆଇନ ଓ ପୋଲିସକୁ ଏବେ ଭୟ କରୁନଥିବା ସାଧାରଣରେ ଆଲୋଚନା ହେଉଛି।