ଶ୍ରୀକ୍ଷେତ୍ରରେ ଖୁବ ଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର । ଏହି କେନ୍ଦ୍ର ଦ୍ୱାରା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଆଉ ଶିବିରକୁ ଆସିବାକୁ ପଡିବ ନାହିଁ । ସେମାନେ ଦିବ୍ୟାଙ୍ଗ ଆଶା କେନ୍ଦ୍ରକୁ ଆସି ସବୁ ପ୍ରକାର ସହାୟତା ପାଇପାରିବେ । ଦିବ୍ୟାଙ୍କ ଆଶା କେନ୍ଦ୍ର ପ୍ରତିଷ୍ଠା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ରାଷ୍ଟ୍ର ମନ୍ତ୍ରୀ ବି .ଏଲ.ବର୍ମା ।
ଗୁରୁବାର ପୁରୀ ଭୋଳନାଥ ଵିଦ୍ୟାପୀଠ ପରିସରରେ ଭାରତ ସରକାରଙ୍କ ସାମାଜିକ ଅଧିକାର ମନ୍ତ୍ରଣାଳୟ ଓ ଜିଆଇସି କର୍ପୋରେଟ ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ସାମାଜିକ ଅଧିକାର ରାଷ୍ଟ୍ରମନ୍ତ୍ରୀ ବି.ଏଲ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀରେ ଦିବ୍ୟାଙ୍ଗ ଆଶା କେନ୍ଦ୍ର ସ୍ଥାପନ ହେବ ବୋଲି କହିଛନ୍ତି । ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରି ଯୋଗାଇଲେ ଏହି ଦିବ୍ୟାଙ୍ଗ ଆଶା କେନ୍ଦ୍ର ଖୋଲିବ । ଏଥି ସହ ପୁରୀ ଶ୍ରୀମନ୍ଦିର ସହ ଭାରତବର୍ଷର ପ୍ରମୁଖ ଦେବସ୍ଥଳୀ ଓ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ । ଏହି ବିଶାଳ ସାମାଜିକ ଅଧିକାରୀତା ଶିବିରରେ ୫୦୦ ଜଣକୁ ଉପକରଣ ବଣ୍ଟନ କରାଯାଇଥିଲା । ପୁରୀ ପୌରପାଳିକାର ୧୧୪ ଜଣ ଦିବ୍ୟାଙ୍ଗ ଓ ୧୬ ଜଣ ବରିଷ୍ଠ ନାଗରିକ,ପୁରୀ ସଦର ଅଞ୍ଚଳର ୭୪ ଜଣ ଦିବ୍ୟାଙ୍ଗ ଓ ୨୨ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି ।