ସଂଚାର ବ୍ୟୁରୋ: ପୁରୀରେ ନିଗମାନନ୍ଦ ସମ୍ମିଳନୀରେ ଆଖି ବୁଜିଲେ ଦୁଇ ଭକ୍ତ। ସ୍ଵାସ୍ଥାବସ୍ଥା ବିଗିଡିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପ୍ରାଥମିକ ତଦନ୍ତରୁ ଉଭୟ ହୃଦଘାତର ଶିକାର ହୋଇଥିବାର ଜଣାପଡିଛି ।ଜଣେ ପଶ୍ଚିମବଂଗ ମେଦିନିପୁର ଏବଂ ଅନ୍ୟ ଜଣେ କଟକର ବୋଲି ଜଣା ପଡ଼ିଛି ।ଅତ୍ୟଧିକ ଭକ୍ତଙ୍କ ସମାଗମ ଯୋଗୁଁ ଅଣନିଶ୍ଵାସୀ ହୋଇ ଭକ୍ତଙ୍କ ମୃତ୍ଯୁ ହୋଇଥିବା ଚର୍ଚ୍ଚା ହେଉଛି। ସମ୍ମିଳନୀରେ ଆୟୋଜନ ଅବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ।