ପୁରୀ : ଆସନ୍ତାକାଲି ପୁରୀ ଯିବାକୁ ଯୋଜନା କରୁଥିଲେ ଜାଣି ରଖନ୍ତୁ । ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଶୁକ୍ରବାର ପବିତ୍ର ରାମ ନବମୀ । ରାମଜନ୍ମ ନୀତି ପାଇଁ ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ସେହି ଅନୁସାରେ ଦର୍ଶନ କରିବା ପାଇଁ ଯୋଜନା କରନ୍ତୁ । ଅପରାହ୍ନ ୫ଟା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯୋଜନା କରନ୍ତୁ । ସେପଟେ ଆସନ୍ତାକାଲି ଶ୍ରୀରାମ ନବମୀ ହୋଇଥିବାବେଳେ ଶ୍ରୀକ୍ଷେତ୍ରରେ ଲାଗିବ ଭକ୍ତଙ୍କ ଭିଡ଼ ।
