ସଂଚାର ବ୍ୟୁରୋ: ସାମାନ୍ୟ କଥାକୁ କେନ୍ଦ୍ରକରି ପୁରୀରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା । ଟାଉନ ଥାନା ଅନ୍ତର୍ଗତ ଗାଣ୍ଡୁଆ ଚଉରା ଛକ ନିକଟରେ ଘଟିଛି ଏଭଳି ଘଟଣା । ଉଭୟ ପକ୍ଷର ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ଚିକିତ୍ସା ପାଇଁ ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମଣିକର୍ଣ୍ଣିକା ସାହିର ଜଗନ୍ନାଥ ସିଂହାରୀ, ଜାଦବ ପ୍ରତିହାରୀ ଓ ରାଧାମଣି ପ୍ରତିହାରୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ତେବେ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ସ୍ପଷ୍ଟ ହେବ ବୋଲି ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।