ପୁରୀ ନବକଳେବର ରୋଡ଼ସ୍ଥିତ କୁମ୍ଭାରପଡ଼ା ଅଞ୍ଚଳରେ ବେଆଇନ ବାଣ ଗୋଦାମ ଠାବ । ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରିଛି l ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ବେଆଇନ ଭାବେ ବାଣ ଓ ବାରୁଦ ଗଚ୍ଛିତ ରଖାଯାଇଥିଲା। ଏହି ଘଟଣାରେ ଅଜିତ ସେନାପତି ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଏତେ ମାତ୍ରାରେ ବାଣ ଓ ବାରୁଦ କିପରି ରଖାଯାଇଥିଲା, ସେ ନେଇ ଉଠିଛି ପ୍ରଶ୍ନ। ପୋଲିସ ତଦନ୍ତ ଜାରି ରଖିଛି। ଆଇନଗତ ପଦକ୍ଷେପ ନିଆଯିବ ବୋଲି ସିଟି ଡିଏସପି କହିଛନ୍ତି। କୌଣସି ଅଘଟଣ ପୂର୍ବରୁ ଧରାପଡ଼ିଥିବାରୁ ଲୋକେ ଏକ ପ୍ରକାର ଆଶ୍ଵସ୍ତ ହୋଇଛନ୍ତି।