ସଂଚାର ବ୍ୟୁରୋ: ପୁରୀ ସହର ସ୍ଥିତ ବାସେଳୀସାହି ଥାନା ଅନ୍ତର୍ଗତ ମାଳିତୋଟାରେ ପାରିବାରିକ କଳହକୁ ନେଇ ଭଉଣୀକୁ ମରଣାତ୍ମକ ଆକ୍ରମଣ l ଧାରୁଆ ଅସ୍ତ୍ରରେ ଭଉଣୀକୁ ହାଣିଦେଲା ଭାଇ । ଆକ୍ରମଣରେ ୨୧ ବର୍ଷୀୟ ସୋନାଲି ପଲେଇ ଗୁରୁତର ହୋଇଛନ୍ତି l ଗୁରୁତର ଯୁବତୀଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହ ଯୋଗୁଁ ମାଟିତୋଟାର ସୁଶାନ୍ତ ପଲେଇ ନିଜ ଘରେ ନରହି ଜଗନ୍ନାଥ ବସ୍ତିରେ ରହୁଥିଲେ l ସୁଶାନ୍ତ ଗତ ରାତିରେ ମାଟିତୋଟା ସ୍ଥିତ ନିଜ ଘରକୁ ଆସିଥିଲେ । ଏହି ସମୟରେ କୌଣସି କାରଣକୁ ନେଇ ସୁଶାନ୍ତର ଭଉଣୀ ସହିତ ଯୁକ୍ତିତର୍କ ହୋଇଥିଲା l ତେବେ ସୁଶାନ୍ତ ଏକ ଧାରୁଆ ଅସ୍ତ୍ରରେ ଭଉଣୀକୁ ହାଣୀଦେଇଥିଲେ l ଭଉଣୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ବାସେଳୀ ସାହି ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l