ସଂଚାର ବ୍ୟୁରୋ: ଚୌଦ୍ୱାରର ଐତିହାସିକ ଦଶହରା କୁମାର ପୂର୍ଣ୍ଣିମା ମହାଲକ୍ଷ୍ମୀ ମେଳଣ ପାଇଁ କଟକ କମିଶନର ପୋଲିସର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କଟକ କମିଶନର ପୋଲିସ ପକ୍ଷରୁ ଏସିପି ଅରୁଣ କୁମାର ସ୍ୱାଇଁ ଯୋଗଦେଇଥିଲେ । ଏହି ଯାତ୍ରାରେ ଭାଗ ନେଉଥିବା 43 ଟି ପୂଜା ମଣ୍ଡପର ସଭାପତି, ସମ୍ପାଦକ ଓ କର୍ମୀମାନଙ୍କୁ ଶୃଙ୍ଖଳାପୂର୍ଣ୍ଣ ଭାବେ ସମସ୍ତ ନିୟମକୁ ମାନି ମେଢ଼ ଗୁଡ଼ିକୁ ଯାତ୍ରା ପଡ଼ିଆକୁ ଆଣିବା ସହିତ ଭସାଣ ଯାତ୍ରାରେ ନଦୀ ଅଭିମୁଖେ ନେବା ପାଇଁ ଅନୁରୋଧ କରିଥିଲେ ପୋଲିସ କମିଶନର l ଯାତ୍ରା କୁ ଶାନ୍ତିପୂର୍ଣ ଭାବେ ସମ୍ପାଦନ କରିବା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିବା ସହିତ ବିଭିନ୍ନ ଛକ ମାନଙ୍କରେ ସିସି ଟିଭିର ବ୍ୟବସ୍ଥା ରହିଥିବା କୁହାଯାଇଛି । ୬୫ ଡିସିମିଲ ସାଉଣ୍ଡକୁ ମାନି ମେଢ଼ ଗୁଡ଼ିକୁ ଭସାଣ କରିବା ପାଇଁ ଅନୁରୋଧ କରାଯାଇଛି ।