ବେଆଇନ ମଦ ବିକ୍ରି ବନ୍ଦ କରିବା ଦାବିରେ ଥାନା ଘେରିଲେ ଶତାଧିକ ମହିଳା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମାଂସଡ଼ା ଅଂଚଳରେ ଦିନକୁ ଦିନ ଚୋରା ମଦ ବେପାର ବଢ଼ିବାରେ ଲାଗିଛି । ବହୁଳ ପରିମାଣରେ ମଦ ବିକ୍ରି ଯୋଗୁ ମଦ ପିଇ ମଦ୍ୟପମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଘଟାଉଛନ୍ତି । ଯେଉଁଥିପାଇଁ ସ୍ଥାନୀୟ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଯାହାକୁ ପ୍ରତିବାଦ କରି ଆଜି ମାଂସଡ଼ା ଅଂଚଳରେ ଶତାଧିକ ମହିଳା ବିଞ୍ଝାରପୁର ଥାନା ଘେରାଉ କରିବା ସହ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଦି ଏହି ଅଂଚଳରେ ଚୋରା ମଦ କାରବାର ବନ୍ଦ ନହୁଏ ତେବେ ସେମାନେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବେଆଇନ ଭାବେ ଚାଲିଥିବା ମଦ ବେପାରକୁ ସମ୍ପୂର୍ଣ ରୂପେ ବନ୍ଦ କରାଯିବ ବୋଲି କହିଛନ୍ତି ବିଞ୍ଝାରପୁର ଥାନା ଅଧିକାରୀ ।

