ସଂଚାର ବ୍ୟୁରୋ: ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ସାର୍ବଜନୀତ ହିତ ପାଇଁ କବଜା କରିବା ମାମଲାରେ ସୁପ୍ରିମକୋର୍ଟ ଆଜି ବଡ଼ ରାୟ ଶୁଣାଇଛନ୍ତି । ପ୍ରତ୍ୟେକ ବ୍ୟକ୍ତିଗତ ସମ୍ପତ୍ତିକୁ ସାମୁହିକ ସମ୍ପତ୍ତି କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ସଂଖ୍ୟା ଗରିଷ୍ଠତା ଆଧାରରେ ଏହି ରାୟ ଶୁଣାଇଛନ୍ତି । ଏଥିସହ ବେଞ୍ଚ ନିଜ ପୂର୍ବ ରାୟକୁ ବଦଳାଇ ଦେଇଛନ୍ତି । ଏଥିରେ ୧୯୭୮ ପରଠାରୁ ସୁପ୍ରିମକୋର୍ଟଙ୍କ ଅନେକ ନିଷ୍ପତ୍ତିକୁ ରଦ୍ଦ କରିଦିଆଯାଇଛି । ବ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପ୍ରଦାୟର ସମ୍ବଳ ଭାବରେ ବିବେଚନା କରାଯାଇପାରିବ ନାହିଁ । କେବଳ କିଛି ଅଂଶକୁ ସମ୍ପ୍ରଦାୟର ସମ୍ବଳ ଭାବେ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବହାର କରିପାରିବେ । ୯ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛି। ଖଣ୍ଡପୀଠରେ ୭ଜଣ ବିଚାରପତିଙ୍କ ସମର୍ଥନରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଓ୍ୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ସାମୁହିକ ସମ୍ବଳ ନୁହେଁ ତେଣୁ ସରକାର ଏହାକୁ ଗ୍ରହଣ କରିପାରିବେ ନାହିଁ।