ସଂଚାର ବ୍ୟୁରୋ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କର ନିର୍ବନ୍ଧ ଏବଂ ବିବାହ ତାରିଖ ପ୍ରକାଶ ପାଇଛି। ତାଙ୍କ ଜୀବନ ସାଥୀ ହେବାକୁ ଯାଉଥିବା ପ୍ରିୟା ସରୋଜ । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂଙ୍କ ବିବାହ ତାରିଖ ସ୍ଥିର ହୋଇଛି । ଉଭୟ ୧୮ ନଭେମ୍ବରରେ ହାତକୁ ଦି’ ହାତ ହେବେ । ବିବାହ ପୂର୍ବରୁ ଜୁନ୍ ୮ ତାରିଖରେ ଉଭୟଙ୍କ ରିଙ୍ଗ୍ ସେରିମନି ଲକ୍ଷ୍ନୌର ଏକ ହୋଟେଲରେ ଅନୁଷ୍ଠିତ ହେବ । ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ଉତ୍ସବ ହେବ । ବିବାହ ନଭେମ୍ବର ୧୮ ତାରିଖରେ ବାରାଣସୀର ତାଜ୍ ହୋଟେଲରେ କରାଯିବ । ଏହି ବିବାହରେ ଅନେକ ବଡ଼ ରାଜନେତା, ଫିଲ୍ମ ଷ୍ଟାର ଏବଂ ଶିଳ୍ପପତି ଯୋଗଦେବେ ।
ସପା ବିଧାୟକଙ୍କ ନିକଟତମ ଲୋକଙ୍କ ଅନୁସାରେ, ବିବାହ ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ନିର୍ବନ୍ଧରେ କେବଳ ପରିବାର ଏବଂ ନିକଟ ସଂପର୍କୀୟ ଲୋକ ଯୋଗ ଦେବେ । ଚଳିତ ବର୍ଷ ଜାନୁଆରୀରେ ସମାଜବାଦୀ ପାର୍ଟି ସାଂସଦଙ୍କ ସହ କ୍ରିକେଟର ରିଙ୍କୁ ସିଂଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା । ରିଙ୍କୁ ସିଂଙ୍କୁ ବିବାହ କରିବାକୁ ଯାଉଥିବା ପ୍ରିୟା ସରୋଜ ହେଉଛନ୍ତି ସମାଜବାଦୀ ପାର୍ଟି ସାଂସଦ । ୨୬ ବର୍ଷୀୟ ପ୍ରିୟା ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରେ ମଛଲିସହର ଆସନରୁ ବିଜୟୀ ହୋଇଥିଲେ ।
ସେ ବିପି ସରୋଜଙ୍କୁ ୩୫,୮୫୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ପ୍ରିୟା ସରୋଜଙ୍କ ଜନ୍ମ ୨୩ ନଭେମ୍ବର ୧୯୯୮ରେ ବାରାଣସୀରେ ହୋଇଥିଲା । ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜ ଉଭୟ ପରସ୍ପରକୁ ପୂର୍ବରୁ ଜାଣନ୍ତି । ପ୍ରିୟାଙ୍କ ସାଙ୍ଗଙ୍କ ବାପା ରିଙ୍କୁ ସହିତ ପରିଚିତ କରାଇଥିଲେ । ପ୍ରିୟା ସରୋଜ ଭାରତର ସବୁଠାରୁ ଯୁବ ମହିଳା ସାଂସଦ ।
୨୬ ବର୍ଷୀୟା ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ମଛଲିସହର ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ି ବିଜୟ ହାସଲ କରିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩୫୮୫୦ ଭୋଟରେ ପରାସ୍ତ କରିଥିଲେ । ୧୯୯୮ ନଭେମ୍ବର ୨୩ରେ ଜନ୍ମିତ ପ୍ରିୟା ଦିଲ୍ଲୀସ୍ଥିତ ଏୟାରଫୋର୍ସ ଗୋଲ୍ଡେନ ଜୁବଲି ଇନଷ୍ଟିଚ୍ୟୁଟରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିବା ପରେ ନୋଏଡାରେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ପ୍ରିୟାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ୩ ଥର ଲୋକସଭା ସାଂସଦ ରହିସାରିଛନ୍ତି । ବର୍ତ୍ତମାନ ସେ କେରାକତ ଆସନରୁ ବିଧାୟକ ଅଛନ୍ତି ।