ସଂଚାର ବ୍ୟୁରୋ: ବାତ୍ୟା ଆସି ନାହିଁ ବଢ଼ିଲାଣି ଦରଦାମ। ସମ୍ଭାଵ୍ୟ ବାତ୍ୟାକୁ ଦେଖି ସବୁ ଜିନିଷ ଉପରେ ବ୍ୟାବସାୟୀ ମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି। ବ୍ୟବସାୟୀଙ୍କର ଏଭଳି କାମ ଉପରେ ଖାଉଟି ମାନେ ଅସନ୍ତୋଷ ଜାହିର କରିଛନ୍ତି। ବାତ୍ୟାର କଥାକୁ ନେଇ ସବୁ ଜିନିଷ ଉପରେ ୨୫ ପ୍ରତିଶତ ଦରଦାମ ବୃଦ୍ଧି କରିଛନ୍ତି ବେପାରୀ ମାନେ। ପରିବା କଥା ତ ନ କହିବା ଭଲ। ଆଳୁ, ଟମାଟୋ ଓ ପିଆଜ ଦରଦାମ ବଢିଯାଇଛି।
ଭୁବନେଶ୍ୱରର ପାତ୍ରପଡ଼ା, ଡୁମୁଡୁମା ତଥା ଅନ୍ୟ ବହୁ ସ୍ଥାନରେ ରବିବାର ଦିନ ପରିବା ବେପାରୀମାନେ ଆଳୁ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ମିଳିଛି। ସେହିପରି ପିଆଜ କିଲୋ ପ୍ରତି ୬୦ଟଙ୍କାରେ ଥିଲା ବେଳେ ଏବେ ତାହା ବଢ଼ି ୭୦ ଟଙ୍କାକୁ ଛୁଇଁଲାଣି। ଜାଣିଶୁଣି ବେପାରୀମାନେ ଏପରି କରୁଥିବାର ଅଭିଯୋଗ ହୋଇଛି।