ପ୍ରୟାଗରାଜ କୁମ୍ଭମେଳାରେ ଅଘଟଣ ପ୍ରସଙ୍ଗ। ଦଳାଚକଟା ପଛରେ ଷଡ଼ଯନ୍ତ୍ରର ଦିଗକୁ ଯାଞ୍ଚ କରୁଛି ତଦନ୍ତକାରୀ ଟିମ। ଗତ ଜାନୁଆରୀ ୩୦ରେ ହୋଇଥିବା ଦଳାଚକଟାରେ ୩୦ ଶ୍ରଦ୍ଧାଳୁଙ୍କ ମୃତ୍ଯୁ ଘଟିଥିବାବେଳେ ଆହତ ହୋଇଥିଲେ ୬୦ରୁ ଅଧିକ ଭର୍ତ। ସେପଟେ ସଙ୍ଗମସ୍ଥଳରେ ସେହିଦିନ ଆକ୍ଟିଭ ଥିବା ୧୬ ହଜାର ମୋବାଇଲ ଫୋନକୁ ଯାଞ୍ଚ କରୁଛି ଟିମ। ଏହି ୧୬ ହଜାର ଫୋନରୁ ଅଧିକାଂଶ ମୋବାଇଲ ବର୍ତ୍ତମାନ ସୁଇଚ ଅଫ ଥିବା କୁହାଯାଇଛି। ସେପଟେ କଣ୍ଟ୍ରୋଲ ରୁମରୁ ସଂଗୃହୀତ ସିସିଟିଭି ଫୁଟେଜ ଆଧାରରେ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ତେଣେ ଆସନ୍ତାକାଲି ଅମୃତସ୍ନାନ ଥିବାରୁ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ଯବସ୍ଥା ଲାଗୁ କରାଯାଇଛି। ପୋଲିସକୁ ହାଇଆଲର୍ଟରେ ରଖାଯାଇଛି। ଆସନ୍ତା ଫେବ୍ରୁଆରୀ ୧୨ରେ ମାଘ ପୂର୍ଣ୍ଣିମାରେ ଚତୁର୍ଥ ମହାସ୍ନାନ ଥିବାବେଳେ ଫେବୃଆରୀ ୨୬ ଶିବରାତ୍ରୀରେ ଶେଷ ମହାସ୍ନାନ ରହିଛି। ଏଥିଲାଗି ବର୍ତ୍ତମାନ ଠାରୁ ସୁରକ୍ଷା ବ୍ଯବସ୍ଥା ଉପରେ ଫୋକସ ରଖାଯାଇଛି। ମୌନି ଅମାବାସ୍ଯାରେ ପ୍ରାଣ ହରାଇଥିବା ୩୦ ବ୍ଯକ୍ତିଙ୍କ ମଧ୍ଯରୁ ଅଧିକାଂଶ ବିହାରର ବୋଲି ସୂଚନା ମିଳିଛି।ଗତ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ୩ ଜଣିଆ ବିଚାର ବିଭାଗୀୟ କମିଶନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲା।