ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, କଟକ, ପୁରୀ ଓ କେନ୍ଦ୍ରାପଡ଼ାରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି।
ପସନ୍ନ ସାମନ୍ତରାଏଙ୍କର ଭୁବନେଶ୍ୱର ସହିଦନଗରରେ ଥିବା ବିଶାଳ ୩ ମହଲା କୋଠା ଠାବ ହୋଇଛି । ଏହି ଚଢ଼ାଉରେ ସାମିଲ ଅଛନ୍ତି ୨ ଅତିରିକ୍ତ ଏସପି, ୮ ଡିଏସପି ଏବଂ ୧୧ ଜଣ ଇନ୍ସପେକ୍ଟର । ଏବେ ଅଫିସରୁ କ୍ୱାର୍ଟର ସବୁଠି ଖୋଳତାଡ଼ କରୁଛି ଭିଜିଲାନ୍ସ। ରେଡ ସମୟରେ କେଶୁରା ଘରୁ ନଗଦ 2ଲକ୍ଷ 15ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ବ୍ୟାଙ୍କ ଆକାଉଣ୍ଟ, ସୁନା ଗହଣା ଜବତ ହୋଇଛି। ଆଲିଶାନ ଘର ତିଆରିରେ ବାବୁ ଜଣଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତହସିଲଦାରଙ୍କ କାର୍ଯ୍ୟାଳୟ ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଯାଞ୍ଚ ।
ପୁର୍ବରୁ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ ମାରିଥିଲା ଭିଜିଲାନ୍ସ। ରେଡ ବେଳେ ମିଳିଥିଲା ଖାଲି ୫୦୦ ଟଙ୍କିଆ ବଣ୍ଡଲ୍ । ଏତେ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ୍ ହୋଇ ଯାଇଥିଲା ଭିଜିଲାନ୍ସ।
ସେହିପରି କଟକ ଖଣି ବିଭାଗର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତିଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ। ଏହାଥିଲା ଓଡିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ ରେଡ୍। ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟି ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।
ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

