ୱକଫ ବିଲକୁ ନେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ଡିଲ ହୋଇଛି , ଯେଉଁଥିପାଇଁ ବିରୋଧୀ ଦଳ ନେତା ମତ ବଦଳାଇଛନ୍ତି । ଦିଲ୍ଲୀରୁ ଫେରିବା ପରେ ମତ ବଦଳାଇଛନ୍ତି ନବୀନ ବାବୁ । ବିରୋଧୀ ଦଳ ନେତା କହିଲେ ଆମେ ବିଜେପି ସହିତ ରହିବୁ । ସଂସଦରେ ଯାହା ହେଲା ତାହା ସମସ୍ତଙ୍କୁ ଜଣା । ବିଜେପି ଓ ବିଜେଡି ଏକାଠି ଅଛନ୍ତି ଜଳଜଳ ଦେଖାଯାଉଛି ।
ରାଜ୍ୟରେ ବିଜେଡି – ବିଜେପି ମେଣ୍ଟ କାଏମ ରହିଛି କହିଲା କଂଗ୍ରେସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟ କଂଗ୍ରେସ ପ୍ରତିକ୍ରିୟା ଦେଇଛନ୍ତି । କାଲି ରାଜ୍ୟସଭାରେ ୱାକଫ ବିଲ ଭୋଟିଂକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ବିବେକ ଅନୁସାରେ ଭୋଟିଂ କରିବାକୁ ବିଜେଡି ନିଜ ସାଂସଦଙ୍କୁ କହିଥିଲା । ବିଲ ସପକ୍ଷରେ ବିଜେଡିର ବରିଷ୍ଠ ସାଂସଦ ସସ୍ମିତ ପାତ୍ର ଭୋଟ ଦେଇଛନ୍ତି । ରାଜ୍ୟରେ ବିଜେଡି- ବିଜେପି ମଧ୍ୟରେ ଗଠବନ୍ଧନ କାଏମ ରହିଛି । ପରସ୍ପର ମଧ୍ୟରେ ସଲାକୁସ୍ତି କରି ସେମାନେ ଓଡିଶା ଜନତାଙ୍କୁ ଠକି ପାରିବେନି ।