Monday, April 20, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ରାଜ୍ୟସଭା ରାଜନୀତି : କାହାର ହେବ ଚତୁର୍ଥ ଆସନ

Sanchar Live by Sanchar Live
March 6, 2026
in ରାଜନୀତି
0
ରାଜ୍ୟସଭା ରାଜନୀତି : କାହାର ହେବ ଚତୁର୍ଥ ଆସନ
0
SHARES
23
VIEWS
FacebookTwitter

ଓଡ଼ିଶାରୁ ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ମୁକାବିଲା ହେବ ଦିଲ୍ଲୀପ ବନାମ ଦତ୍ତେଶ୍ବର । କଂଗ୍ରେସ ସମର୍ଥନରେ ଦତ୍ତେଶ୍ବରଙ୍କୁ ରାଜ୍ୟସଭା ପଠାଇ ପାରିବେ ତ ନବୀନ ? ନା ୨୦୦୨ ପରି ଦିଲ୍ଲୀପ ଦେବେ ଚକମା । କାରଣ ୨୦୦୨ ରାଜ୍ୟସଭା ନିର୍ବାଚନ ଫଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ଥିଲା ଏକ ବଡ଼ ଧକ୍କା । ୨୦୦୨ରେ ବି ଓଡ଼ିଶାରୁ ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ । ଯେଉଁଥିରେ ଏହି ଦିଲ୍ଲୀପ ରାୟ କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁରଙ୍କୁ ପରାସ୍ତ କରି ନବୀନଙ୍କ ସବୁ ଅଙ୍କ ଭୁଲ କରିଦେଇଥିଲେ । ଦିଲ୍ଲୀପଙ୍କୁ ହରାଇବା ପାଇଁ ନବୀନ ସବୁ ପ୍ରକାର ଗୋଟି ଚାଳନା କରିଥିଲେ । ଏପରିକି କୁହାଯାଏ ବିଜେଡିର ବଳକା ଭୋଟ୍ ମୋରିସ କୁଜୁରଙ୍କୁ ଦେବା ଲାଗି କଂଗ୍ରେସ ସହ ନବୀନ କରିଥିଲେ ଭିତିରିଆ ଡିଲ୍‌ । ବିଧାନସଭାରେ ବିଜେଡିର ୭୧ ବିଜେପିର ୩୮ ଏବଂ କଂଗ୍ରେସର ୨୬ ବିଧାୟକ ଥିଲେ । ନବୀନଙ୍କ ଶତ ଚେଷ୍ଟା ସତ୍ତ୍ବେ ବିଜେଡିର ୧୪ ବିଧାୟକ, ବିଜେପିର ୮ ବିଧାୟକ, କଂଗ୍ରେସର ୨, ଜେଏମ୍ଏମର ଜଣେ ଓ ଜଣେ ସ୍ବାଧୀନ ବିଧାୟକଙ୍କ ଭୋଟ୍ ପାଇ ବିଜୟୀ ହୋଇଥିଲେ ଦିଲ୍ଲୀପ ରାୟ ।

ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନରେ ଆଉ ଏକ ରୋଚକ ଲଢେଇ ଦେଖିବାକୁ ମିଳିଥିଲା ୨୦୧୦ରେ । ଏଥିରେ କଂଗ୍ରେସ ଓ ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ବ୍ୟବସାୟୀ ତାରାରଞ୍ଜନ ପଟ୍ଟନାୟକଙ୍କୁ ହରାଇ ନିର୍ବାଚିତ ହୋଇଥିଲେ ବିଜେଡିର ତୃତୀୟ ପ୍ରାର୍ଥୀ ବୈଷ୍ଣବ ପରିଡ଼ା । ବିଜେଡିର ଅନ୍ୟ ୨ ପ୍ରାର୍ଥୀ ପ୍ୟାରୀମୋହନ ମହାପାତ୍ର ଓ ଶଶିଭୂଷଣ ବେହେରାଙ୍କୁ ଜିତାଇବା ପାଇଁ ଦଳ ପାଖରେ ଆବଶ୍ୟକ ଭୋଟ୍ ଥିବା ବେଳେ ବୈଷ୍ଣବଙ୍କ ପାଇଁ ନିଅଣ୍ଟ ଥିଲା ସଂଖ୍ୟା । ସେପଟେ କଂଗ୍ରେସର ୨୭ ବିଜେପିର ୬ ଓ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ଜିତିବା ପାଇଁ ଆଶା ବାନ୍ଧି ବସିଥିଲେ ସ୍ବାଧୀନ ପ୍ରାର୍ଥୀ ତାରାରଞ୍ଜନ ପଟ୍ଟନାୟକ। କିନ୍ତୁ ପ୍ୟାରୀଙ୍କ ଗୋଟି ଚାଳନା ଆଗରେ ଧୂଳି ଚାଟିଥିଲେ ତାରା ।

୨୦୧୪ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା ଏକ ରୋଚକ ମୁକାବିଲା । ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ। ଏହି ନିର୍ବାଚନରେ ବିଜେଡି ସମର୍ଥନରେ ସ୍ବାଧାନ ପ୍ରାର୍ଥୀ ହୋଇଥିଲେ ବିଶିଷ୍ଟ ପଥର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ତାଙ୍କର ମୁକାବିଲା ହୋଇଥିଲା କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ବାଳଙ୍କ ସହ। ଜିତିବା ପାଇଁ ୩୦ ପ୍ରଥମ ପସନ୍ଦର ଭୋଟ୍ ଦରକାର ହେଉଥିବା ବେଳେ ବିଜେଡିର ୩ ପ୍ରାର୍ଥୀ ଏ.ୟୁ ସିଂହଦେଓ, କଳ୍ପତରୁ ଦାସ ଓ ସରୋଜିନୀ ହେମ୍ବ୍ରମଙ୍କ ବିଜୟ ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ଥିଲା । ବିଜେଡିର ୧୦୮ ସଦସ୍ୟରୁ ୩ ପ୍ରାର୍ଥୀଙ୍କ ପାଇଁ ୯୦ ଭୋଟ୍ ଯିବା ପରେ ବଳକା ୧୮ ଭୋଟ୍ ରଘୁନାଥଙ୍କୁ ମିଳିବା କଥା । କିନ୍ତୁ ରଘୁନାଥଙ୍କ ସପକ୍ଷରେ ବିଜେଡିର ମାତ୍ର ୧୧ ଜଣ ସଦସ୍ୟ ହିଁ ପ୍ରଥମ ପସନ୍ଦ ଭୋଟ୍ ଦେଇଥିଲା । କାରଣ ବିଜେଡିର ୩ ପ୍ରାର୍ଥୀଙ୍କ ସପକ୍ଷରେ ଆବଶ୍ୟକଠାରୁ ଅଧିକ ପ୍ରଥମ ପସନ୍ଦ ଭୋଟ୍ ପଡ଼ିଥିଲା । ରଞ୍ଜୀବ ବିଶ୍ବାଳଙ୍କ ସପକ୍ଷରେ କଂଗ୍ରେସର ୨୭ ପ୍ରଥମ ପସନ୍ଦ ଭୋଟ୍ ସହ ସ୍ବାଧୀନ ବିଧାୟକ ଜର୍ଜ ତିର୍କୀ ଓ ନିଲମ୍ବିତ ବିଜେପି ବିଧାୟକ ଭୀମସେନ ଚୌଧୁରୀଙ୍କ ଭୋଟ୍ ଯାଇଥିଲା । ୨୯ ପ୍ରଥମ ପସନ୍ଦ ଭୋଟ୍ ସହ ବାଜିମାରିନେଇଥିଲେ ରଞ୍ଜୀବ ବିଶ୍ବାଳ । ଏବେ ଅପେକ୍ଷା ଦିଲ୍ଲୀପ ଓ ଦତ୍ତେଶ୍ବରଙ୍କ ମଧ୍ୟରୁ କିଏ ମାରୁଛି ବାଜି ।

Tags: dilliprayodisha politicsRajyasabha election
ShareTweetShareSend
Sanchar Live

Sanchar Live

Next Post
T-20 ବିଶ୍ୱକପ : ଭାରତ ବନାମ ନ୍ୟୁଜିଲାଣ୍ଡ,  ୮ରେ ମହାମୁକାବିଲା

T-20 ବିଶ୍ୱକପ : ଭାରତ ବନାମ ନ୍ୟୁଜିଲାଣ୍ଡ,  ୮ରେ ମହାମୁକାବିଲା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କଂଗ୍ରେସ ସହ ମେଣ୍ଟ ନେଇ ଏମିତି କହିଲେ ଅଖିଳେଶ
  • ୭ ଦିନ ଯାଏ ତାତିରୁ ମିଳିବନି ନିସ୍ତାର
  • କାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ସହାୟତା
  • ଅକ୍ଷୟ ତୃତୀୟାରେ କମିଲା ସୁନା ଦର, ଶୀଘ୍ର କିଣିନିଅ….

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.