ସଂଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ କର୍ମଚାରୀମାନେ ଧାରଣା ଦେଇଛନ୍ତି। ବିଦ୍ୟୁତ ବିଭାଗର ଦାୟିତ୍ଵ ଟାଟା ପାଓ୍ଵାର ପାଇବା ପରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଛଟେଇ ଅଭିଯୋଗ ହୋଇଛି। ଏହାସହ କର୍ମଚାରୀଙ୍କୁ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି କର୍ମଚାରୀ। ଏହାର ପ୍ରତିବାଦରେ କବିସୂର୍ଯ୍ୟନଗର, ବୁଗୁଡା, ବାଲିପଦର ଓ ବୁଢାମ୍ଵ ଅଂଚଳର ଶତାଧିକ ବିଦ୍ୟୁତ କର୍ମଚାରୀ ଧାରଣା ଦେଇଥିଲେ। ଛଟେଇ କର୍ମଚାରୀଙ୍କୁ ତୁରନ୍ତ ଥଇଥାନ କରାନଗଲେ ଅ।ନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଧାରଣା ଦେଇଥିବା ବିଦ୍ୟୁତ କର୍ମଚାରୀ।.

