ସଂଚାର ବ୍ୟୁରୋ: ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା । ବରଗଡ଼ ଜିଲ୍ଲାରୁ ପ୍ରଥମେ ଆରମ୍ଭ ହେବ ବୋଲି ଧାନ କିଣାକୁ ନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ସୂଚନା ଦିଆଯାଇଛି । ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ କ୍ଵିଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩ଶହ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍ପୁଟ ସହାୟତା ୮ଶହ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବାଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ । ୪ରୁ ୫ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ ।
ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଁ ମେସିନ । ଅଗାଡ଼ି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ । ମଣ୍ଡିରୁ ରାଇସମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ତା ତଦାରଖ କରିବ ପରିବହନ ବିଭାଗ । ସେପଟେ ପଡ଼ୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ପାଟ୍ରିଲିଂ ଟିମ୍ ମୁତୟନ ସହ ସିସିଟିଭିରେ ନଜର ରଖାଯିବ । ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲ୍ୟାପସ୍ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ତ୍ଵରିତ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଚାଷୀଙ୍କ ସୁରକ୍ଷା, କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ଗୁରୁତ୍ଵ ଦେବେ ବୋଲି ମନ୍ତ୍ରୀ ସ୍ତରୀୟ ବୈଠକ ପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।