ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ । ମଧ୍ୟାହ୍ନ ସାଢ଼େ ୧୨ଟାରେ ପରୀକ୍ଷା ଫଳ ଘୋଷଣା ହୋଇଛି। ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୁକ୍ତ +2 ପରୀକ୍ଷା ଫଳ ପୁସ୍ତିକା ଉନ୍ମଚୋନ କରିବା ଫଳ ଘୋଷଣା କରିଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ନ ୩ଟାରୁ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରେ ନିଜର ପରୀକ୍ଷା ଫଳ ଦେଖିପାରିବେ। ପରୀକ୍ଷା ଫଳ ଲୋକାର୍ପଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସଚିବ ଏନ୍ ତିରୁମାଲା ନାଏକ, ସିଏଚ୍ଏସ୍ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ପରିଡ଼ା ଓ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହିବେ।
ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି, କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳ ୱେବ୍ସାଇଟ୍www.results.odisha. gov.in,www.results. digilocker.gov.inରେ ଦେଖିପାରିବେ ।

