ସଂଚାର ବ୍ୟୁରୋ: ନଭେମ୍ବର ୧୫ ରୁ ୨୨ ଯାଏ ଐତିହାସିକ ବାଲିଯାତ୍ରା । କଟକ ମହାନଦୀ ପଠାର ଉପର ଓ ତଳ ପଡ଼ିଆରେ ଚାଲିବ ଉତ୍ସବ । ଏଥଇପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ । ବାରବାଟୀ ପ୍ୟାଲେସ ଠାରେ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ ପାଇଁ ମୋଟ ୧୦ଟି ଟିମ ଗଠନ କରାଯାଇଛି । ଏହି ପଞ୍ଜିକରଣ ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ । ଉଭୟ ହାଇବ୍ରିଡ଼ ଏବଂ ଅନଲାଇନରେ ପଞ୍ଜିକରଣ କରାଯାଉଛି । ୫ ହଜାର ଟଙ୍କା ଦେଇ ଯେକୌଣସି ବ୍ଯବସାୟୀ ବା ଅନୁଷ୍ଠାନ ପଞ୍ଜିକରଣ କରିପାରିବେ । ଅକ୍ଟୋବର ୨୯ ତାରିଖରୁ ପ୍ଲଟ ନିଲାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଧିକାରୀ ।