ସଂଚାର ବ୍ୟୁରୋ: ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଭାଦ୍ରବ ମାସ ପୂର୍ଣ୍ଣିମାରୁ ପିତୃପକ୍ଷ । ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପାଳନ ହୋଇଥାଏ । ୧୫ ଦିନ ପର୍ଯ୍ୟନ୍ତ ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରାଯାଇଥାଏ । ପିତୃପୁରୁଷଙ୍କ ପାଇଁ ଏହି ସମୟରେ ତିଳ ତର୍ପଣ , ଶ୍ରାଦ୍ଧ ଓ ପିଣ୍ଡ ଦାନ କରିବାର ବିଧି ରହିଛି। ବିଶେଷ କରି ଶ୍ରୀକ୍ଷେତ୍ରରେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ବ୍ରାହ୍ମଣ ଭୋଜନ ପ୍ରଦାନ କରାଯିବାର ପରମ୍ପରା ରହିଛି। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ। ପୁରୀ ନରେନ୍ଦ୍ର ପୁଷ୍କରିଣୀ ଠାରୁ ପିତୃପକ୍ଷ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପୁରୀ ପ୍ରତିନିଧି ସୌମିତ୍ର ହରିଚନ୍ଦନ।