ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ଜିନିଷ ଅଛି, ଯାହାକୁ ତକିଆ ତଳେ ରଖୀବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ଶାରୀରିକ ଓ ମାନସିକ ସ୍ତରରେ ଖରାପ ପ୍ରଭାବ ପଡ଼ିଥାଏ। ତେବେ ସେଭଳି କିଛି ଜିନିଷ ହେଉଛି –
- ହାତଘଡ଼ିକୁ କେବେ ମଧ୍ୟ ତକିଆ ତଳେ ରଖନ୍ତୁ ନାହିଁ କିମ୍ବା ଶୋଇବା ସମୟରେ ଖଟ ଉପରେ ରଖନ୍ତୁ ନାହିଁ। କାରଣ ଏହାଦ୍ବାରା ମାନସିକ ସମସ୍ୟା ବଢ଼ିଥାଏ।
- ତକିଆ ତଳେ ମନିପର୍ସ ରଖୀବା ଦ୍ବାରା ଆର୍ଥିକ ସମସ୍ୟା ଆସେ।
- କୌଣସି ବୈଦ୍ୟୁତିକ ଜିନିଷ ବା ମୋବାଇଲ୍ ଫୋନ୍ ମଧ୍ୟ ରଖୀବା ଅନୁଚିତ।
- ଖଟ ପାଖରେ ଜୋତା ବା ଚପଲ ରଖୀ ଶୋଇବା ଦ୍ବାରା ଭୟାନକ ସ୍ବପ୍ନ ଆସିଥାଏ।
- ଅନେକ ଜଣ ସୁନିଦ୍ରା ପାଇଁ ବହି ପଢ଼ିଥାନ୍ତି। ନିଦ ଆସିଲେ ବହିକୁ ତକିଆ ପାଖରେ ରଖୀ ଶୋଇଥାନ୍ତି। କିନ୍ତୁ ଏଭଳି କରିବା ଅଶୁଭ ବୋଲି କୁହାଯାଏ।