ସଂଚାର ବ୍ୟୁରୋ: କନଷ୍ଟେବଲ ଚାକିରୀ ପାଇଁ ଫିଜିକାଲ ଟେଷ୍ଟ ବେଳେ ଚାଲିଗଲା ୧୦ ପ୍ରତିଯୋଗୀଙ୍କ ଜୀବନ। ଝାଡ଼ଖଣ୍ଡରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଅବକାରୀ କନେଷ୍ଟବଳ ପାଇଁ ଫିଜିକାଲ ଟେଷ୍ଟବେଳେ ଏ ଅଘଟଣ ଘଟିଛି। ତେବେ ଏହାକୁ ନେଇ ଏବେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି। ବିଜେପି ସରକାରଙ୍କୁ ଘେରିବା ସହ ଭୁଲ ପରିଚାଳନା ପାଇଁ ଏଭଳି ଘଟିଥିବା କହିଛନ୍ତି ବିରୋଧୀ। ସେପଟେ ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା କୁହାଯାଇଛି। କାହିଁକି ପ୍ରାର୍ଥୀଙ୍କ ଏଭଳି ଅକାଳ ମୃତ୍ୟୁ ହେଲା ଏହା ପଛର କାରଣ ଖୋଜା ଯାଉଛି। ଏହାସହ ପରୀକ୍ଷା ହେଉଥିବା କେନ୍ଦ୍ରରେ ମେଡିକାଲ ଟିମ, ପାନୀୟ ଜଳଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ରହିଥିଲା। ମାତ୍ର ଏଭଳି ଅଘଟଣ କାହିଁକି ହେଲା ତାହା ସ୍ପଷ୍ଠ ହୋଇନାହିଁ। ସେପଟେ ବିଜେପି ପକ୍ଷରୁ ୧୦ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ କରାଯିବ। ସେପଟେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।