ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଉପରୁ କମିଲା ରପ୍ତାନି ଶୁକ୍ଳ। ରପ୍ତାନି ଶୁଳ୍କ କମାଇଲେ କେନ୍ଦ୍ର ସରକାର । ଜୁନ୍ ୧ ତାରିଖରୁ ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ଉପରେ ଶୁଳ୍କ ହ୍ରାସ କରାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତି ୧୫ ଦିନରେ ହେଉଥିବା ସମୀକ୍ଷା ଆଧାରରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସୂଚନାନୁଯାୟୀ, ପେଟ୍ରୋଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୩ ଟଙ୍କାରୁ କମି ୧.୫ ଟଙ୍କା ହୋଇଥିବାବେଳେ ଡିଜେଲ ଉପରେ ଦର ଲିଟର ପିଛା ୧୬.୫ ଟଙ୍କାରୁ କମି ୧୩.୫ ଟଙ୍କା ହୋଇଛି । ସେହିପରି ବିମାନ ଟର୍ବାଇନ ଇନ୍ଧନ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୬ ଟଙ୍କାରୁ ହ୍ରାସ ପାଇଁ ୯.୫ ଟଙ୍କା କରାଯାଇଛି । ଏଥିସହ ପେଟ୍ରୋଲ ଓ ଡିଜେଲ ଉପରେ ହ୍ରାସ କରାଯାଇଥିବା ରପ୍ତାନୀ ଶୁଳ୍କ ଦେଶର ସାଧାରଣ ପେଟ୍ରୋଲ ପମ୍ପରେ ମିଳୁଥିବା ତେଲ ଦର ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଦେଶର ସ୍ଥାନୀୟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ହେବ ନାହିଁ । ଏହି ସରକାରୀ ପଦକ୍ଷେପ ଭାରତରୁ ଇନ୍ଧନ ରପ୍ତାନୀ କରୁଥିବା ରିଲାଏନ୍ସ ଏବଂ ନାୟାରା ଭଳି ପେଟ୍ରୋଲ ପମ୍ପ ପାଇଁ ଲାଭଦାୟକ । ସରକାରଙ୍କ ଏହି ନିଷ୍ପତ୍ତି ପୂର୍ବ ବର୍ଷ ତୁଳନାରେ ସେମାନଙ୍କର ରପ୍ତାନି ଖର୍ଚ୍ଚ ହ୍ରାସ କରିବ ।
ଅନ୍ୟପଟେ ଯଦି ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଏ କିମ୍ବା ସ୍ଥିର ରୁହେ ତେବେ ରିଫାଇନିଙ୍ଗ କମ୍ପାନୀଗୁଡିକ ଅପ୍ରତ୍ୟାଶିତ ଲାଭ ମଧ୍ୟ ହ୍ରାସ ହୋଇଯିବ । ଏହି ସନ୍ତୁଳନ ବଜାୟ ରଖିବା ପାଇଁ ସରକାର ଜୁନ୍ ୧ ତାରିଖରୁ ରପ୍ତାନି ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

