ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଗତ ୪ ଦିନ ତଳେ ଦର ବଢ଼ିଥିବାବେଳେ ଆଜି ପୁଣି ଥରେ ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର । ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଲିଟର ପିଛା ୮୭ ପଇସା ବଢ଼ିଲା ପେଟ୍ରୋଲ ଦର । ଡିଜେଲ ଲିଟର ପିଛା ୯୧ ପଇସା ମହଙ୍ଗା ହୋଇଛି । ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ବଢ଼ିଲା ତେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ୯୮ ଟଙ୍କା ୬୪ ପଇସା । ଦିଲ୍ଲୀରେ ଡିଜେଲ ଲିଟର ୯୧ ଟଙ୍କା ୫୮ପଇସା । ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୭ ଟଙ୍କା ୫୯ ପଇସା ଥିବାବେଳେ ମୁମ୍ବାଇରେ ଡିଜେଲ ଲିଟର ୯୪ ଟଙ୍କା ୦୮ ପଇସା ହୋଇଛି । ତେବେ ଏଥର ଦେଖି ଚାହିଁ ଗାଡ଼ି ବାହାରକୁ ବାହାର କରନ୍ତୁ ।

