ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ଆଗକୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇପାରେ । ଲିଟର ପିଛା ପେଟ୍ରୋଲ ଦରରେ ୧୮ ଟଙ୍କା ଏବଂ ଡିଜେଲ ଦରରେ ୩୫ ଟଙ୍କା ବୃଦ୍ଧି ଘଟିପାରେ । ବିଦେଶୀ ବ୍ରୋକରେଜ ସଂସ୍ଥା ମ୍ୟାକ୍ୱାୟରୀର ରିପୋର୍ଟ ଅନୁସାରେ, ଅଶୋଧିତ ତୈଳ ଦର ଉଚ୍ଚ ସ୍ତରରେ ରହିଥିବା ସତ୍ତେ୍ୱ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ଏହାଦ୍ୱାରା ତୈଳ କମ୍ପାନିଗୁଡ଼ିକ କ୍ଷତି ସହୁଛନ୍ତି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସହିତ ୫ ରାଜ୍ୟରେ ନିର୍ବାଚନ ଶେଷ ହେବାର ତୁରନ୍ତ ବାଦ କମ୍ପାନିଗୁଡ଼ିକ ଦାମ ବଢ଼ାଇପାରନ୍ତି । ୪୬ ଦିନରେ ଅଶୋଧିତ ତୈଳ ଦର ୨୭ ଡଲାର ବଢ଼ିଛି । ତୈଳ ଦର ବଢ଼ିବା ଦ୍ୱାରା ଲିଟର ପିଛା ପେଟ୍ରୋଲରେ ୧୮ ଟଙ୍କା ଏବଂ ଡିଜେଲରେ ୩୫ ଟଙ୍କା କ୍ଷତି ସହୁଛନ୍ତି କମ୍ପାନି । ଗତ ମାସ ଅଶୋଧିତ ତୈଳ ରେକର୍ଡ ସ୍ତରରେ ଥିବା ବେଳେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଦୈନିକ ପାଖାପାଖି ୨୪୦୦ କୋଟି ଟଙ୍କାର କ୍ଷତି ସହିଥିଲେ । ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ହ୍ରାସ ପରେ ଏହା କମି ୧,୬୦୦ କୋଟି ଟଙ୍କା ହୋଇଛି ।
ପ୍ରକାଶଯୋଗ୍ୟ, ଅଶୋଧିତ ତୈଳ ଦରରେ ପ୍ରତି ୧୦ ଡଲାରର ବୃଦ୍ଧି ଦ୍ୱାରା ତୈଳ କମ୍ପାନିଙ୍କ କ୍ଷତି ଲିଟର ପିଛା ୬ ଟଙ୍କା ବଢ଼ିଯାଏ । ଭାରତ ଏହାର ଆବଶ୍ୟକତାର ପାଖାପାଖି ୮୮% ଅଶୋଧିତ ତୈଳ ଆମଦାନି କରିଥାଏ । ଏଥିମଧ୍ୟରୁ ୪୫% ମଧ୍ୟପ୍ରାଚ୍ୟରୁ ଏବଂ ୩୫% ରୁଷରୁ ଆସିଥାଏ । ଅଶୋଧିତ ତୈଳର ବର୍ଦ୍ଧିତ ଦର କେବଳ ତୈଳ କମ୍ପାନିଙ୍କୁ ନୁହେଁ ବରଂ ଚଳନ୍ତି ଖାତା ନିଅଣ୍ଟ(ସିଏଡି) ପାଇଁ ବି ଚିନ୍ତାଜନକ । ଅନୁମାନ କରାଯାଉଛି ଯେ, ୨୦୨୬ର ପ୍ରଥମ ତ୍ରୟମାସରେ ଏହା ବଢ଼ି ୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ସରକାରୀ ରାଜସ୍ୱରେ ତେଲରେ ଲାଗୁଥିବା ଉତ୍ପାଦ ଶୁଳ୍କର ଯୋଗଦାନ ଲଗାତର କମ୍ ହୋଇଚାଲିଛି । ୨୦୧୬-୧୭ରେ ଏହା ୨୨% ଥିଲା, ଯାହା ହ୍ରାସ ପାଇ ବର୍ତ୍ତମାନ ୮%କୁ ଖସିଆସିଛି । ଯଦି ସରକାର ସମ୍ପୂର୍ଣ୍ଣ ରୂପେ ଉତ୍ପାଦ ଶୁଳ୍କ ହଟାଇଦେବେ ତଥାପି ବର୍ତ୍ତମାନ ଦରରେ ତେଲ କମ୍ପାନିଙ୍କ କ୍ଷତି ସମ୍ପୂର୍ଣ୍ଣ ରୂପେ
