ସଂଚାର ବ୍ୟୁରୋ: ଭତ୍ତାକୁ ନେଇ ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ । ରାଜ୍ୟରେ କେନ୍ଦ୍ରୀୟ ଭତ୍ତା ଯୋଜନାରେ ୩୬,୭୫,୦୦୮ ଭତ୍ତା ପାଉଛନ୍ତି । ମଧୁବାବୁ ପେନସନ ଯୋଜନାରେ ୨୦,୩୩,୯୬୮ ଜଣ ଭତ୍ତା ପାଉଛନ୍ତି । ଜାତୀୟ ବାର୍ଦ୍ଧକ୍ୟ ଭତ୍ତାରେ ୬୦ ରୁ ୭୯ ବର୍ଷର ୧୨,୬୨,୯୨୨ ହିତାଧିକାରୀ । ସେମାନଙ୍କୁ ୧୦୦୦ ଟଙ୍କା ଭତ୍ତା ଦିଆଯାଉଛି । କେନ୍ଦ୍ର ୨୦୦ ରାଜ୍ୟ ସରକାର ୮୦୦ ଟଙ୍କା ଦେଉଛନ୍ତି ।
୮୦ ବର୍ଷରୁ ଅଧିକ ୧,୫୫,୭୦୯ ବୃଦ୍ଧ ବୃଦ୍ଧା ଅଛନ୍ତି । ସେମାନଙ୍କୁ ୧୨୦୦ଟଙ୍କା ଭତ୍ତା ଦିଆଯାଉଛି । କେନ୍ଦ୍ର ୫୦୦ ଓ ରାଜ୍ୟ ,ରକାର ୭୦୦ ଟଙ୍କା ଦେଉଛନ୍ତି । ଭିନ୍ନକ୍ଷମ ମାନଙ୍କ ସଂଖ୍ୟା ୯୫ ହଜାର ୨୮୨ । ସେମାନଙ୍କୁ ୧୨୦୦ଟଙ୍କା ଭତ୍ତା ଦିଆଯାଉଛି । ୮୦ ବର୍ଷରୁ ଅଧିକ ଭିନ୍ନକ୍ଷମଙ୍କୁ ୧୪୦୦ଟଙ୍କା ଭତ୍ତା ଦିଆଯାଉଛି । ଗୃହରେ ତଥ୍ୟ ରଖିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।