Wednesday, May 6, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଜୋରଦାର ଫାଇଟ: ଯିଏ ଜିତିବ ଟେବୁଲ ଟପ୍ପର

Sanchar Live by Sanchar Live
May 6, 2026
in କ୍ରୀଡ଼ା
0
ଆଜି ଜୋରଦାର ଫାଇଟ: ଯିଏ ଜିତିବ ଟେବୁଲ ଟପ୍ପର
0
SHARES
10
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୪୯ତମ ଲିଗ୍‌ ମୁକାବିଲାରେ ଆଜି ହାଇଦ୍ରାବାଦ ନିଜ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ଏହି ମ୍ୟାଚ ଜରିଆରେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ମଧ୍ୟ ହାଇଦ୍ରାବାଦକୁ ଅପେକ୍ଷା କରିଛି । ଇତି ମଧ୍ୟରେ ୧୦ଟି ମ୍ୟାଚ ଖେଳି ୧୨ ପଏଣ୍ଟ ଅର୍ଜନ କରି ସାରିଥିବା ପଞ୍ଜାବ ଆଜି ଜିତିଲେ ୧୪ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚି ପାରିବ । ଦଳ ୯ଟି ମ୍ୟାଚ ଖେଳି ୧୩ ପଏଣ୍ଟ ଅର୍ଜନ କରିଛି ଓ ଶୀର୍ଷ ସ୍ଥାନ ବଜୟ ରଖିଛି । ଗତ ମାସ ୧୧ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ପଞ୍ଜାବ ୬ ୱିକେଟ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ସନରାଇଜର୍ସ ୬/୨୧୯ ରନ କରି ମଧ୍ୟ ବିଜୟ ହାସଲ କରିପାରି ନଥିଲା । ଏଥର ନିଜ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବାରୁ ହାଇଦ୍ରାବାଦ ଦଳ ପାଇଁ ବିଜୟ ସହଜ ହୋଇ ପାରିବ ।

ପଞ୍ଜାବ ପ୍ରଥମ ୭ଟି ମ୍ୟାଚ ଅପରାଜେୟ ରହିବା ପରେ ପରବର୍ତ୍ତୀ ୨ଟି ମ୍ୟାଚରେ ଲୟ ହରାଇ ଯଥାକ୍ରମେ ରାଜସ୍ଥାନ ଓ ଗୁଜରାଟ ଠାରୁ ପରାଜିତ ହୋଇଛି । ଗତ ସିଜନ ଭଳି ଉପଲ ଗ୍ରାଉଣ୍ଡରେ ଆଧିପତ୍ୟ ଜାରି ରଖି ପଞ୍ଜାବ ବିଜୟକୁ ଫେରିବାକୁ ପ୍ରୟାସ କରିବ । ପଞ୍ଜାବର ବ୍ୟାଟିଂ ବିଭାଗ ସୁଦୃଢ଼ ରହିଥିଲେ ହେଁ ବୋଲିଂ ବିଭାଗ ଲାଇନଚ୍ୟୁତ ହୋଇଛି । ଅର୍ଶଦୀପ ସିଂହ, ମାର୍କୋ ଜାନସେନ ଓ ୟୁଝବେନ୍ଦ୍ର ଚହଲ ୱିକେଟ ନେଉଥିଲେ ହେଁ ପୂର୍ବ ଭଳି ଘାତକ ସାବ୍ୟସ୍ତ ହୋଇପାରୁ ନାହାନ୍ତି । ହାଇଦ୍ରାବାଦ ଉଭୟ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରୁଥିଲେ ହେଁ କୋଲକାତା ବିପକ୍ଷ ପରାଜୟ ଅନେକ ତ୍ରୁଟିକୁ ନଜରକୁ ଆଣିଛି ।

ଆଜି ହାଇଦ୍ରାବାଦ ଏକାଦଶରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଅସୁସ୍ଥତା ଯୋଗୁଁ କୋଲକାତା ବିପକ୍ଷ ମ୍ୟାଚ ଖେଳି ନଥିବା ନୀତିଶ କୁମାର ରେଡ୍ଡୀ ଫିଟ୍‌ ହୋଇ ଅଭ୍ୟାସ ଜାରି ରଖିଛନ୍ତି । ସେ ଆଜି ଖେଳିବା ଏକ ପ୍ରକାର ନିଶ୍ଚିତ । ଫଳରେ ଆର. ସ୍ମରଣ ଏକାଦଶରୁ ବାଦ ପଡ଼ିବେ । ପଞ୍ଜାବ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ଶଶାଙ୍କ ସିଂହ ଫିଟ୍‌ ହୋଇଥିବାରୁ ଏକାଦଶକୁ ଫେରିବେ । ତାଙ୍କ ଅନୁପସ୍ଥିତିରେ ଖେଳିଥିବା ସୂର‌୍ୟାଂଶ ସେଡଗେ ଗତ ଗୁଜରାଟ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ଅର୍ଜନ କରିଥିବାରୁ ଏକାଦଶରେ ସ୍ଥାନ ବଜାୟ ରଖିବେ । କିନ୍ତୁ ଲୟରେ ନଥିବା ନେହାଲ ୱଧେରା ବାଦ ପଡ଼ିବା ଆଶା କରାଯାଉଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ତଥାପି ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର ସଂଗ୍ରହ କରିପାରିଲେ ବିଜୟ କଷ୍ଟକର ହେବ ନାହିଁ ।

Tags: cricket newsIPL 2026Pbks vs srh
ShareTweetShareSend
Sanchar Live

Sanchar Live

Next Post
ଟିଭିକେକୁ କଂଗ୍ରେସର ସମର୍ଥନ, ରହିଲା ଏମିତି ସର୍ତ୍ତ

ଟିଭିକେକୁ କଂଗ୍ରେସର ସମର୍ଥନ, ରହିଲା ଏମିତି ସର୍ତ୍ତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୫ ଦିନ ବନ୍ଦ ରହିପାରେ SBI ବ୍ୟାଙ୍କ ସେବା
  • ଆଜି ପୁଣି ବଢିଲା ସୁନା- ରୂପା ଦର
  • ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହିମନ୍ତ ବିଶ୍ୱଶର୍ମା
  • ଟିଭିକେକୁ କଂଗ୍ରେସର ସମର୍ଥନ, ରହିଲା ଏମିତି ସର୍ତ୍ତ
  • ଆଜି ଜୋରଦାର ଫାଇଟ: ଯିଏ ଜିତିବ ଟେବୁଲ ଟପ୍ପର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.