ସଂଚାର ବ୍ୟୁରୋ: ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ l ଫଳରେ ଖଟିଆରେ ବୁହାହେଲେ ବୃଦ୍ଧା ରୋଗୀ l ଝାରସୁଗୁଡା ଲଇକେରା ବ୍ଲକ ଭୂତୁଲୁପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ପ୍ରାୟ ୧ କିଲୋମିଟର ଯାଏଁ ଖଟିଆରେ ବୁହା ହୋଇଛନ୍ତି ରୋଗୀ l ଭୁତୁଲୁପଡା ଗାଁର ମଙ୍ଗୁଳି କିଶାନ ଗାଧୋଇବାକୁ ଯିବା ବେଳେ ଖସି ପଡ଼ି ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା l ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଘରୁ ପ୍ରାୟ ୧ କିମି ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ଡାକ୍ତରଖାନାକୁ ନିଆଯାଇଥିଲା l