ସଂଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲିକୋଟ ବନାଞ୍ଚଳ ଅନ୍ତର୍ଗତ ଆଠଗଡ ପାଟଣା ଜଙ୍ଗଲରେ କଲରା ପତିରିଆ ବାଘ ଆତଙ୍କ l ଗତକାଲି ଗାଁର ରlଜଉଆସ ନିକଟରେ ଏକ କଲରା ପତିରିଆ ବାଘ ତିନିଟି ଛେଳି ମାରିଦେଇଥିବା ଅଭିଯୋଗ ହୋଇଛି l ସେହିଭଳି ଆଜି ସନ୍ଧ୍ୟା ବେଳେ ଆଠଗଡ ଗାଁର ଗିରିପାହାଡ ନିକଟରେ ଚାରିଟି ଛେଳି ମାରିବଦେବା ସହ ଦୁଇରୁ ଅଧିକ ଛେଳିକୁ ଆକ୍ରମଣ କରିଛି ବାଘ l ବାଘକୁ ଛେଳି ମାରିବା ଦେଖିଥିବା ଛେଳି ଚରାଳି କହିବା ପରେ ଆତଙ୍କ ଖେଳିଯାଇଛି । ଗାଁ ନିକଟ ଜଙ୍ଗଲରେ ଦୁଇରୁ ଉର୍ଦ୍ଧ୍ବ କଲରା ପତିରିଆ ବାଘ ଥିବା ଅନୁମାନ କରାଯାଉଛି l କେତେକ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି ।