ସଂଚାର ବ୍ୟୁରୋ: ବିଜ୍ଞାନ ମେଳା ଚାଲୁଥିବା ବେଳେ ମହୁମାଛି ଆକ୍ରମଣ । ପଟ୍ଟାମୁଣ୍ଡାଇ କଷଣଅଣ୍ଟା ପଞ୍ଚାୟତ ହାଇସ୍କୁଲ ପଡିଆରେ ପଟ୍ଟାମୁଣ୍ଡାଇ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଚାଲୁଥିବା ବେଳେ ଅଘଟଣ l ପଡିଆ ଠାରୁ ୨ଶହ ମିଟର ଦୂରରେ ଥିବା ଏକ ମହୁମାଛି ବସାକୁ କେହି ଜଣେ ଦୁର୍ବୁତ୍ତ ଟେକା ମାରି ଦେବାରୁ ମହୁମାଛି ଆକ୍ରମଣ କରିଥିଲେ । ଏଥିରେ ୨୫ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଓ ଅଭିଭାବକ ଆହତ ହୋଇଛନ୍ତି l ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି l ମାତ୍ର ଶିକ୍ଷା ଅଧିକାରୀ ପେଣ୍ଡାଲରେ ମିଟିଂରେ ବ୍ୟସ୍ତ ରହି ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ଆସିନଥିବାରୁ ଘଟଣାକୁ ନିନ୍ଦା କରିଛନ୍ତି ଅଭିଭାବକ।