ସଂଚାର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ ଚାଷୀ ଆତ୍ମହତ୍ଯା ଅଭିଯୋଗ। ମୃତକ ହେଲେ ଡେରାବିଶ ଅଞ୍ଚଳର ବିଶକ ଗାଁର ଦୈତାରୀ ନାୟକ। ଘର ଭିତରେ କବାଟ କିଳି ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଦିନିଆ ବର୍ଷାରେ ତାଙ୍କର ଧାନ ଫସଲ ନଷ୍ଟ ହୋଇଥିବାରୁ ଚିନ୍ତାରେ ଥିଲେ। ଫସଲ ହାନି ଓ ଋଣ ବୋଝ ପାଇଁ ସେ ହତାଶ ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଦୈତାରୀ ଋଣ କରି ତିନି ଏକର ଜମିରେ ଧାନ ଭାଗ ଚାଷ କରିଥିଲେ। ଆଉ କିଛି ଫସଲ ବି କରିଥିଲେ। ଅଦିନିଆ ବର୍ଷା ତାଙ୍କର ବର୍ଷକର ଅମଳକୁ ଉଜାଡି ଦେଇଥିଲା। ଫସଲ ହାନୀ ପରେ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ଦୈତାରୀ। ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିଗ୍ରସ୍ତ ଫସଲ ପାଇଁ କ୍ଷତିପୂରଣ ଓ ଋଣ ବୋଝରୁ ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନଙ୍କୁ ସମବେଦନା ଜଣାଇ ତୁରନ୍ତ କ୍ଷତି ପୁରଣ ମିଳୁ ବୋଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଦାବି କରିଛନ୍ତି।