ସଂଚାର ବ୍ୟୁରୋ: କେନ୍ଦ୍ରାପଡ଼ା ଗରଦପୁରର ପ୍ରସିଦ୍ଧ ଶୈବ ପୀଠ କାମେଶ୍ୱର ପୀଠ ମହୋତ୍ସବରେ ରକ୍ତପାତ। ମହୋତ୍ସବର ଅନ୍ତିମ ଦିନରେ ସାଇକେଲ ଓ ଗାଡି ଷ୍ଟାଣ୍ଡରେ ଚାନ୍ଦା ଆଦାୟକୁ କେନ୍ଦ୍ରକରି ଗଣ୍ଡଗୋଳ ଓ ରକ୍ତପାତ ହୋଇଛି। ଚାନ୍ଦା ଆଦାୟକୁ ବିରୋଧ କରିବାରୁ ଗୋଟିଏ ପରିବାରର ୩ ଜଣଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅସାଧୁ ବ୍ୟକ୍ତି। ଆକ୍ରମଣରେ ବାପା ମାଆ,ପୁଅ ତିନି ଜଣ ଲହୁ ଲୁହାଣ ହୋଇଛନ୍ତି। ମେଳା ବୁଲିବାକୁ ଆସିଥିବାବେଳେ ଚାନ୍ଦା ମାଗିବା ସହ ଗାଡି ଭାଙ୍ଗିଦେବାକୁ ଧମକ ଦେଇଥିଲେ। ଏହାକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଓ ମେଳାରେ ଦୋକାନ କରିଥିବା ଦୋକାନି ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଷ୍ଟାଣ୍ଡ ଦାୟିତ୍ବରେ ଥିବା ଦୀପୁ ନାମକ ଯୁବକ ସେମାନଙ୍କୁ ଲୁହା ରଡ ଓ ଚେୟାରରେ ଆକ୍ରମଣ କରିଥିଲା। ଆକ୍ରମଣରେ ମାନଭଞ୍ଜନ ମାହାଳିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।