ସଂଚାର ବ୍ୟୁରୋ: ପାରାଦୀପରେ ସାମୟିକ ଭାବେ ସ୍ଥଗିତ ହେଲା ଟ୍ରକ ଆନ୍ଦୋଳନ । ପ୍ରଶାସନର ଆଲୋଚନା ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ପାଇଁ ଟ୍ରକ ସଙ୍ଘ ନିଷ୍ପତ୍ତି ନେଇଛି । ତିନୋଟି ଟ୍ରକ ସଙ୍ଘ ଆନ୍ଦୋଳନ ଡାକରା ଦେଇଥିବାବେଳେ ସେମାନଙ୍କ ସହ ମିଳିତ ବୈଠକ କରି ପ୍ରଶାସନ ଆଲୋଚନା କରିଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ପାରାଦୀପରେ ଟ୍ରାଫିକ ବ୍ଯବସ୍ଥାକୁ କଡ଼ାକଡ଼ି କରାଯିବ । ସିସିଟିଭି ନଜରରେ ରହିବ ଭୂତମୁଣ୍ଡାଇଠାରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତା । ଓଭରଟେକିଙ୍ଗ କରି ରାସ୍ତା ଜାମ କରୁଥିବା ଗାଡିର ଡ୍ରାଇଭର ଓ ମାଲିକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ । ରାତି ୧୨ରୁ ସକାଳ ୪ଟା ମଧ୍ଯରେ ପେଲେଟ ଆଇରନ ଗାଡି ଯାତାୟାତ କରିବ ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।