ସଂଚାର ବ୍ୟୁରୋ: ପାରାଦୀପ ଇଫକୋ ଛକ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ସ୍କୁଟି ଆରୋହୀ ମୃତ । ଆଜି ସକାଳ ୧୦ ଘଟିକା ସମୟରେ ଜଣେ ସ୍କୁଟି ଆରୋହୀ ଅଠରବାଙ୍କି ମେଡିକାଲକୁ ଯାଉଥିବା ବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ତଳେ ପଡିଯାଇଥିବା ସମୟରେ ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ତେବେ ଘଟଣାସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରି ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛନ୍ତି। ମୃତକ ନୟାଗଡ ଗଣିଆ ଥାନା ଅଞ୍ଚଳର କିଶୋର ଶିରୋମଣୀ ବୋଲି ଜଣାପଡିଛି । ପୋଲିସ ଟ୍ରକକୁ ଜବତ କରିବା ସହ ମୃତଦେହ ବ୍ଯବଛେଦ ପାଇଁ ପଠାଇଛି ।