ସଂଚାର ବ୍ୟୁରୋ: ପାକିସ୍ତାନରେ ଭୟର ବାତାବରଣ । ଯୁଦ୍ଧ ଲଢ଼ିବାକୁ ଯବାନଙ୍କ ଅନିଚ୍ଛା । ଏପରିକି ଆର୍ମି ଛାଡୁଛନ୍ତି ପାକିସ୍ତାନ ନାଗରିକ। ଚାକିରିରୁ ଇସ୍ତଫା ଦେଲେଣି ହଜାର ହଜାର ସୈନିକ । ଆର୍ମିଚିଫ ଆସିମ୍ ମୁନିରଙ୍କୁ ଏନେଇ ସୂଚନା ଦେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଓମାର ବୁଖାରୀ । ଏହି ପ୍ରସଙ୍ଗରେ ପାକିସ୍ତାନ ଆର୍ମି ଚିଫଙ୍କୁ ଏପ୍ରିଲ ୨୬ ତାରିଖରେ ଲେଖିଛନ୍ତି ଚିଠି । ବର୍ତ୍ତମାନ ସୁଦ୍ଧା ୨୫୦ ଅଫିସର ଓ ୧୨୦୦ ଯବାନଙ୍କ ଇସ୍ତଫା ନେଇ ସୂଚନା ମିଳିଛି। କ୍ବେଟା ରେଜିମେଣ୍ଟରୁ ଇସ୍ତଫା ଦେଲେଣି ୪୦୦ ଯବାନ୍। ସେହିପରି ପାକିସ୍ତାନ ନର୍ଦ୍ଦର୍ଣ୍ଣ କମାଣ୍ଡରୁ ୩୦୦ ଯବାଙ୍କ ଇସ୍ତଫା ଦେଇଛନ୍ତି। ଆଇ କର୍ପୋରେସନରୁ ୫୦୦ ଯବାନ ଇସ୍ତଫା ଦେଇଛନ୍ତି।