ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ ଉଭୟ ଦେଶର ଅର୍ଥନୀତିକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଅକ୍ଟୋବର ୧୧ ତାରିଖରେ ସୀମା ବନ୍ଦ ହେବା ପରଠାରୁ କେବଳ ବାଣିଜ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ହୋଇନାହିଁ ବରଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି । କାବୁଲର ପାକ୍-ଆଫଗାନ ଚାମ୍ବର ଅଫ୍ କମର୍ସର ମୁଖ୍ୟ ଖାନ ଜାନ ଆଲୋକୋଜାଇ କହିଛନ୍ତି ଯେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଉଭୟ ଦେଶ ପ୍ରତିଦିନ ପ୍ରାୟ ୧ ନିୟୁତ ଡଲାର କ୍ଷତି ସହୁଛନ୍ତି ।
ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ମଧ୍ୟରେ ଟମାଟୋ ଏବଂ ସେଓର ମୂଲ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଟମାଟୋ ଯାହା ପୂର୍ବରୁ କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ମିଳୁଥିଲା ତାହା ଏବେ ପ୍ରତି କିଲୋଗ୍ରାମ ପିଛା ୬୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ସେଓ ଏବଂ ଅଙ୍ଗୁର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ଘଟିଛି । କାରଣ ଏହା ଆଫଗାନିସ୍ତାନରୁ ଆମଦାନି କରାଯାଉଛି । ଖାନ ଜାନ ଆଲୋକୋଜାଇ କହିଛନ୍ତି ଯେ ପ୍ରତିଦିନ ପ୍ରାୟ ୫୦୦ କଣ୍ଟେନର ପନିପରିବା ପାକିସ୍ତାନକୁ ରପ୍ତାନି ପାଇଁ ଆସୁଥିଲା, କିନ୍ତୁ ସୀମା ବନ୍ଦ ହେବା ଯୋଗୁଁ ଏହା ଏବେ ବନ୍ଦ ହୋଇଯାଇଛି।

