ସଂଚାର ବ୍ୟୁରୋ: ସେପଟେ ପାକିସ୍ତାନକୁ ଘାରିଛି ଭାରତର ଆକ୍ରମଣ ଭୟ। ଯୁଦ୍ଧ ପରିସ୍ଥିତି ମଧ୍ୟରେ ରୁଷକୁ ଗୁହାରି କରିଛି ପାକିସ୍ତାନ। ଭାରତ ସହିତ ମଧ୍ୟସ୍ଥତା କରିବାକୁ ନିବେଦନ କରିଛି ଇସଲାମାବାଦ। ତାସକେଣ୍ଟ ଚୁକ୍ତି ପ୍ରସଙ୍ଗ ଉଠାଇ ରୁଷକୁ ପାକିସ୍ତାନ ସହାୟତା ମାଗିଛି। କାରଣ ରୁଷ ହେଉଛି ଭାରତର ପରମବନ୍ଧୁ। କିଛି ବର୍ଷ ଭିତରେ ରୁଷ ସହିତ ନିଜ ସଂପର୍କକୁ ମଧ୍ୟ ସୁଧାରିଛି ପାକିସ୍ତାନ। ଏହାର ଫାଇଦା ଉଠାଇ ମଧ୍ୟସ୍ଥତା କରି ଉତ୍ତେଜନା ହ୍ରାସ କରିବାକୁ ରୁଷକୁ ଇସଲାମାବାଦ ଅନୁରୋଧ କରିଛି।