ଏସିଆ କପରୁ ଓହରିଲା ପାକିସ୍ତାନ। ଏସିଆ କପରେ ହେବାକୁ ଥିବା ଆଜିର ମ୍ୟାଚ ଖେଳିବନି ପାକିସ୍ତାନ। ଆଜି ଦୁବାଇରେ UAE ସହ ଥିବା ମ୍ୟାଚ ପାକିସ୍ତାନ ଖେଳିବନି ବୋଲି ଜଣାପଡିଛି। ଆଜି ରାତି ୮ଟାରେ ଆରମ୍ଭ ହେବ ଏହି ମ୍ୟାଚ। ତେବେ ଧାର୍ଯ୍ୟ ସମୟ ସୁଦ୍ଧା ପାକିସ୍ତାନ କ୍ରିକେଟ ଟିମ ହୋଟେଲରୁ ବାହାରି ନାହାନ୍ତି କି ଷ୍ଟାଡିୟମରେ ପହଞ୍ଚିନାହାନ୍ତି। ସାଢେ ୭ଟାରେ ଟସ୍ ପଡ଼ିବ। ବର୍ତ୍ତମାନ ପର୍ଯ୍ୟନ୍ତ ପାକ ଖେଳାଳି ହୋଟେଲରୁ ବାହାରିନଥିବାରୁ ଆଜିର ମ୍ୟାଚ ଖେଳାଯାଇନପାରେ।

