ସଂଚାର ବ୍ୟୁରୋ: ବ୍ରହ୍ମପୁରରେ ପାକିସ୍ତାନ ଫ୍ଲାଗ ଚିତ୍ର ଥିବା ପୋଷ୍ଟର। ବ୍ରହ୍ମପୁର ଖଲ୍ଲିକୋଟ କଲେଜ ନିକଟସ୍ଥ ପିଭିଏନ ରାଓ ପେଟ୍ରୋଲ ପମ୍ପ ସାମ୍ନା ରୋଡରେ ପାକିସ୍ତାନ ଫ୍ଲାଗ ଚିତ୍ର ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଲେଖାଯାଇଛି ପାକିସ୍ତାନ ମୁର୍ଦ୍ଦାବାଦ।ରାସ୍ତା ଉପରେ ଏହି ପୋଷ୍ଟର ଲଗାଯାଇଛି। ତେବେ କିଏ ଓ କାହିଁକି ଏଭଳି ପୋଷ୍ଟର ଲଗାଇଛି ତାହା ଜଣାପଡ଼ିନାହିଁ। ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ ପ୍ରତି ଲୋକଙ୍କ କ୍ଷୋଭ ବଢ଼ୁଥିବା ଦେଖିବାକୁ ମିଳିଛି।