ସଂଚାର ବ୍ୟୁରୋ: ପହଲଗାଓଁ ହମଲା ସହ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପାକିସ୍ତାନ ଲାଗି ମହଙ୍ଗା ସାବ୍ୟସ୍ତ ହେଉଛି । ବିମାନ ଚଳାଚଳ କ୍ଷେତ୍ରରେ ଗୁରୁତର ଆର୍ଥିକ ସଙ୍କଟର ଶିକାର ହୋଇଥିବା ପାକିସ୍ତାନ ଏବେ ପର୍ଯ୍ୟଟନ କ୍ଷେତ୍ରରେ ବି ଗଭୀର କ୍ଷତିର ସମ୍ମୁଖୀନ ହୋଇଛି । ନିୟନ୍ତ୍ରଣ ରେଖାଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ନୀଲମ ଉପତ୍ୟକା ଏବେ ପର୍ଯ୍ୟଟକଶୂନ୍ୟ ହୋଇଛି । ପାକିସ୍ତାନ ଉତ୍ତରାଞ୍ଚଳରେ ଅବସ୍ଥିତ ଏହି ସ୍ଥଳକୁ ଗ୍ରୀଷ୍ମ ଋତୁରେ ପ୍ରାୟ ୩ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ମାତ୍ର ବର୍ତ୍ତମାନ ସେଠାରେ ପର୍ଯ୍ୟଟକ ମରୁଡି ଦେଖାଦେଇଛି । ସେଠାରେ ଥିବା ହୋଟେଲ, ଟୁର ଅପରେଟର କାର୍ଯ୍ୟାଳୟ, ଦୋକାନ ଖାଁ ଖାଁ ଅବସ୍ଥାକୁ ଚାଲିଯାଇଛି । ଅନେକ ପର୍ଯ୍ୟଟକ ସେମାନଙ୍କ ଟ୍ରିପ ବାତିଲ କରିଦେଇଛନ୍ତି । ଫଳରେ ହୋଟେଲ, ଗେଷ୍ଟ ହାଉସ, ପରିବହନ ଅଫିସ, ଦୋକାନ ମାଲିକ ଗଭୀର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି କହିଛନ୍ତି ହୋଟେଲ ମାଲିକ ।