ପାକିସ୍ତାନରେ ପୁଣି ମାତିଲେ ବଲୁଚ ଲିବରେସନ ଆର୍ମି। ସେନାଗାଡି ଉପରେ କରିଛନ୍ତି ବଡ଼ ଧରଣର ହମଲା। ଆକ୍ରମଣରେ ୭ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବାବାବେଳ ୨୧ ଜଣ ଆହତ ହୋଇଛନ୍ତି। ସେପଟେ ଏହି ଆକ୍ରମଣରେ ୯୦ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଦାବି କରିଛି ବିଏଲଏ। କ୍ବେଟାରୁ ତଫତାନ ଯିବାବେଳେ ସେନା ଗାଡି ଉପରେ ହୋଇଥିଲା ହମଲା। ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ବଲୁଚ ଲିବରେସନ ଆର୍ମି। ପାକିସ୍ତାନର ନୋସ୍କି ଅନ୍ତର୍ଗତ ଆରସିଡି ରାଜପଥରେ ହୋଇଛି ହମଲା। ଘଟଣାସ୍ଥଳରେ ଆର୍ମିର ରେସ୍କ୍ୟୁ ଅପରେସନ ଜାରି ରହିଥିବାବେଳେ ଆକ୍ରମଣସ୍ଥଳରେ ଆର୍ମିର ହେଲିକପ୍ଟର ମୁତୟନ ହୋଇଛି। ଆକ୍ରମଣସ୍ଥଳକୁ ଘେରାବନ୍ଦୀ କରି ପୋଲିସର ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ବଲୁଚ ଲିବରେସନ ଆର୍ମିର ମାଜିଦ ବ୍ରିଗେଡ ପକ୍ଷରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରମଣରେ ବିଏଲଏର ଅନ୍ୟ କିଛି ସଂଗଠନର ହାତ ଥିବା ସୂଚନା ମିଳିଛି।….

