ସଂଚାର ବ୍ୟୁରାେ: ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୮ । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡିଛି । ବିଳମ୍ବିତ ରାତି ପ୍ରାୟ ୧୨.୪୦ ମିନିଟରେ ଭୂକମ୍ପ ହୋଇଥିବା ସୂଚନା ମିଳୁଛି । ଫଳରେ ଭୟରେ ଘରୁ ଦୌଡିବା ଆରମ୍ଭ କରିଥିଲେ । ଏହି ଭୂକମ୍ପ ଖାଇବର ପଖତୁନଖ୍ବା, ପଞ୍ଜାବ ଏବଂ ଇସଲାମାବାଦ ଅଞ୍ଚଳକୁ ପ୍ରଭାବିତ କରିଥିଲା । ଏହି ଭୂକମ୍ପରେ କୌଣସି ଜନଜୀବନ ହାନି ଘଟିଥିବା ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଭୁକମ୍ପର ତୀବ୍ରତା ୫.୪ ରହିଥିଲା । ଏହି ଭୂମିକମ୍ପର ଝଟକା ଲାହୋର, ଇସଲାମାବାଦ, ରାୱଲପିଣ୍ଡି ଏବଂ ଉତ୍ତର ପାକିସ୍ଥାନରେ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୧୧୪-୧୨୨ କିଲୋମିଟର ଗଭୀରତାରେ ଥିଲା । କିନ୍ତୁ ଏଥିରେ କୌଣସି ଘଟିନାହିଁ ।