ସଂଚାର ବ୍ୟୁରୋ: ପାକିସ୍ତାନରେ ଭୟାନକ ଆତ୍ମଘାତୀ ବିସ୍ଫୋରଣ। ଖାଇବର ପାଖତୁନଖ୍ବା ଅନ୍ତର୍ଗତ ଖାଦି ମାର୍କେଟ ନିକଟରେ ସୁଇସାଇଡ ଆଟାକ। ଏକ ବୋମା ନିଷ୍କ୍ରିୟକାରୀ ୟୁନିଟ ଯାନ ଯାଉଥିବାବେଳେ ତା ନିକଟକୁ ମାଡିଆସିଥିଲା ଆକ୍ରମଣକାରୀ। ଘଟଣାସ୍ଥଳରେ ୧୩ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଶିଶୁ, ୪ ଯବାନ ଓ ୧୪ ସାଧାରଣ ନାଗରିକ ଆହତ ହୋଇଛନ୍ତି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ବିସ୍ଫୋରଣ ପରେ ମାଟିରେ ମିଶିଥିଲା ୨ଟି ଘର। ଏହି ଘଟଣା ଲାଗି ନିଜକୁ ଦାୟୀ କରିଛି ହାଫିଜ ଗୁଲ ବାହାଦୂର ଆତଙ୍କୀ ସଂଗଠନ। ଏହି ସଂଗଠନ ପାକିସ୍ତାନ ତାଲିବାନ ବା ଟିପିପିର ବିଭାଜିତ ସଂଗଠନ ବୋଲି ସୂଚନା ମିଳିଛି। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆସିବା ପରଠାରୁ ପାକିସ୍ତାନରେ ଏହାର ପ୍ରଭାବ ପଡିଛି। ତାଲିବାନ ସପକ୍ଷବାଦୀ ସଂଗଠନ ପାକିସ୍ତାନରେ ହିଂସାକାଣ୍ଡ ଘଟାଉଥିବା ସୂଚନା ମିଳିଛି।