ସଂଚାର ବ୍ୟୁରୋ: ପାକିସ୍ଥାନରେ ଭୂକମ୍ପ , ଥରିଲା ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବୁଧବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳୀ ପାକିସ୍ଥାନରେ ଥିଲା । ହେଲେ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୮ ରେକର୍ଡ କରାଯାଇଛି । ଏଥିସହିତ ଭୂକମ୍ପ ଝଟକା ଉତ୍ତରପ୍ରଦେଶ, ରାଜସ୍ଥାନ, ହରିଆଣା, ପଞ୍ଜାବ ଓ ଜାମ୍ମୁ କାଶ୍ମୀରରେ ମଧ୍ଯ ଅନୁଭୂତ ହୋଇଛି । ତେବେ ଦିଲ୍ଲୀ ଏନସିଆରରେ ଦୁଇ ସପ୍ତାହ ମଧ୍ଯରେ ୨ ଥର ଭୂକମ୍ପ ଅନୁଭୂତ ହେଲାଣି । ତେବେ ଭୂକମ୍ପରେ କୌଣସି ମୃତାହତ ହୋଇନଥିବା ସୂଚନା ।