ସଂଚାର ବ୍ୟୁରୋ: ପାକିସ୍ତାନରେ ଭାରତର ଡ୍ରୋନ ହମଲା ଘଟଣାକୁୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ହାସ୍ୟାସ୍ପଦ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ ଦେଇଛନ୍ତି ଏହି ବୟାନ। ପାକିସ୍ତାନ ସଂସଦରେ ଖ୍ଵାଜା ଆସିଫ ଦେଲେ ବୟାନ। କହିଛନ୍ତି, ଆମର ଲୋକେସନ ଡିଟେକ୍ଟ କରିବାକୁ ଭାରତ କରିଥିଲା ଏ ଆକ୍ରମଣ। ଲୋକେସନ ଟ୍ରାକ ସନ୍ଦେହରେ ଜବାବ ଦେଲୁ ନାହିଁ। ଆମ ଲୋକେସନ ଟ୍ରାକ କରିବାକୁ ଭାରତ ଡ୍ରୋନ ହମଲା କରିଥିଲା।ଏହା ଗୁରୁତ୍ଵପୂର୍ଣ୍ଣ ଟେକନିକାଲ ତଥ୍ୟ ପ୍ରସଙ୍ଗ ବୋଲି କହିଥିଲେ ଆସିଫ। ଏହାକୁ ସଂସଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଲୋକେସନ ଯେପରି ଜଣାପଡିବନି, ସେଥିଲାଗି ଭାରତ ଡ୍ରୋନକୁ ଖସାଗଲା ନାହିଁ ବୋଲି କହିଥିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ।