ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ସମସ୍ତ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଛନ୍ତି । ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଅବରୋଧ କରାଯାଇଛି । ଏହା ସହିତ ଭାରତରେ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ବ୍ୟାନ୍ କରାଯାଇଛି । ଏହି କାମରେ କ୍ରୋଧିତ ହୋଇ ଏବେ ପାକିସ୍ତାନ ଭାରତୀୟ ଗୀତ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।
ମେ ମାସ ୧ ତାରିଖରେ ପାକିସ୍ତାନ ଏହାର ଏଫଏମ ରେଡିଓ ଷ୍ଟେସନଗୁଡ଼ିକରେ ଭାରତୀୟ ଗୀତର ପ୍ରସାରଣ ବନ୍ଦ କରିଦେଇଛି । ଏହି ସୂଚନା ନିଜେ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନ (ପିବିଏ)ର ମହାସଚିବ ଶକିଲ ମାସୁଦ ଦେଇଛନ୍ତି । ସେ କହିଛନ୍ତି ପିବିଏ ତୁରନ୍ତ ପ୍ରଭାବରୁ ସାରା ଦେଶରେ ପାକିସ୍ତାନୀ ଏଫଏମ ରେଡିଓ ଷ୍ଟେସନଗୁଡ଼ିକରେ ଭାରତୀୟ ଗୀତର ପ୍ରସାରଣ ବନ୍ଦ କରିଦେଇଛି ।
ପାକିସ୍ତାନ ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର ପାକିସ୍ତାନ ପ୍ରସାରଣ ସଂଘ (ପିବିଏ)ର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ପିବିଏକୁ ଲେଖିଥିବା ଏକ ଚିଠିରେ ସେ କହିଛନ୍ତି, ପିବିଏ ଦ୍ୱାରା ନିଆଯାଇଥିବା ଏହି ଦେଶପ୍ରେମୀ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ସମଗ୍ର ଦେଶର ସାମୂହିକ ଭାବନାକୁ ପ୍ରତିଫଳିତ କରେ ।
ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନର ଏଫଏମ ଷ୍ଟେସନଗୁଡ଼ିକରେ ଭାରତୀୟ ଗୀତ ଉପରେ ପ୍ରତିବନ୍ଧକ ଏହି କଥାର ପ୍ରତୀକ ଯେ ଏପରି କଠିନ ସମୟରେ, ଆମେ ସମସ୍ତେ ଜାତୀୟ ଏକତାକୁ ସୁଦୃଢ଼ କରିବା ଏବଂ ଆମର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଏକଜୁଟ ହେବା ଦରକାର ।
ପାକିସ୍ତାନଙ୍କ ମଧ୍ୟରେ ଭାରତର ଥିବା ଗୀତ ଗୁଡିକ ଭାରି ପସନ୍ଦ କରାଯାଉଥିଲା । ସେମାନଙ୍କ ମଧ୍ୟରେ ଲତା ମଙ୍ଗେସକର ,ଆୟଜା ଖାନ,ମାୟା ଅଲ୍ଲୀ,ଇକରା ଅଜିଜ,ସନମ ସୟଦ ସାମିଲ ଅଛନ୍ତି । କହିରଖୁଛୁ କି ମାହିରା ଖାନ,ସଦଲ ଅଲ୍ଲୀ,ଅଲ୍ଲି ଜାଫର,ବଲିଉଡରେ କାମ କରି ସାରିଛନ୍ତି । ସଜଲ ଅଲ୍ଲୀ ଫିଲ୍ମ ମମରେ ଶ୍ରୀଦେବୀଙ୍କ ଝିଅ ଭୂମିକାରେ କାମ କରିଥିଲେ